Categories: ଜାତୀୟ

ରାଜସ୍ଥାନରେ ଘୁଞ୍ଚିଲା ବିଧାୟକ ଦଳ ବୈଠକ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମିଳିବ କି ନୂଆ ଚେହେରାଙ୍କୁ ସୁଯୋଗ

ଜୟପୁର,୧୧।୧୨: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଭାଜପାରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳରେ ଅଡୁଆ ବଢାଇଦେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏକ ବର୍ଷ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ପାଇଁ ବସୁନ୍ଧରା ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଦାବି କରିଛନ୍ତି। ଏହା ପରେ ସେ ନିଜେ ଏହି ପଦ ଛାଡିବେ ବୋଲି ବି କହିଛନ୍ତି। ତେବେ ଏହା ସହିତ ଦଳର ନେତୃତ୍ୱ ତାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି। ହେଲେ ଦଳର ପ୍ରସ୍ତାବକୁ ସେ ମନା କରି ଦେଇଛନ୍ତି। ଇତି ମଧ୍ୟରେ ସୋମବାର ହେବାକୁ ଥିବା ବିଧାୟକ ଦଳ ବୈଠକ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି ।

ବସୁନ୍ଧରାଙ୍କ ଏହି ମନୋଭାବ ପାର୍ଟି ହାଇକମାଣ୍ଡଙ୍କ ଚିନ୍ତାକୁ ମଧ୍ୟ ବଢାଇ ଦେଇଛି। ସୂଚନାନୁସାରେ,  ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଠାଙ୍କୁ  ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ସେ ରବିବାର ରାତିରେ ବସୁନ୍ଧରାଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ରାଜେଙ୍କୁ ବିଧାୟକଙ୍କ ସହ ପୃଥକ ବୈଠକ ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସର୍ବୋଚ୍ଚ ନେତୃତ୍ୱକୁ ଛାଡିବାକୁ ପରାମର୍ଶ ଦେଇଥିବା ଚର୍ଚା ହେଉଛି ।

Share