Advertisement

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣା

ଜୟପୁର,୨୦।୧୨: ରାଜସ୍ଥାନର ନବ ନିର୍ବାଚତ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ମଙ୍ଗଳବାର ଭରତପୁର ଆସିଥିଲେ। ଭରତପୁରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବାସଭବନକୁ ଯାଇ ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଭରତପୁରର ସର୍କିଟ ହାଉସରେ ପହଞ୍ଚିଥିଲେ। ଭାରତପୁରର ସର୍କିଟ ହାଉସରେ କର୍ମୀ ଏବଂ ବିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ସା ପ୍ରାୟ ୭ଟା ୩୦ରେ ଭରତପୁରରୁ ଗିରିରାଜ ଜୀଙ୍କୁ ଦେଖା କରିବାକୁ ଯାଇଥିଲେ, କିନ୍ତୁ ଗୋବର୍ଦ୍ଧନ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ କାରର ଚକ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନକୁ ଚାଲିଯାଇଥିଲା। ଯେଉଁଠାରେ ମୁଖ୍ୟମନ୍ତ୍ରୀ ବସିଥିଲେ ସେହି କାରର ପାର୍ଶ୍ୱ ହଠାତ୍‌ ତଳକୁ ଖସିଯାଇ ଗାଡି ଅଟକି ଗଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ଗାଡିରେ ପଠାଯାଇଥିଲା। ହିଙ୍ଗ ଜିଲା ପୋଲିସ ଅଧୀକ୍ଷକ ବ୍ରିଜେଶ ଜ୍ୟୋତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର କୌଣସି ପ୍ରକାରର କ୍ଷତି ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share