Categories: ଜାତୀୟ

ଗଜେନ୍ଦ୍ର ସିଂ ଶେଖାୱାତଙ୍କ ମାନହାନି ମାମଲାରେ କୋର୍ଟରେ ହାଜର ହେଲେ ଗେହଲଟ

ଜୟପୁର,୨୧।୮: ରାଜସ୍ଥାନ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କ ଅଭିଯୋଗ କ୍ରମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ୟା ବଢିପାରେ। ଏହି ମାମଲାରେ ଦିଲ୍ଲୀର ରୌଜ୍‌ ଆଭେନ୍ୟୁ କୋର୍ଟରେ ଏକ ଶୁଣାଣି ହୋଇଛି, ଯେଉଁଥିରେ ସିଏମ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଛନ୍ତି। ଗେଜେନ୍ଦ୍ର ଶେଖାୱତ ଗେହଲଟଙ୍କ ବିରୋଧରେ ମାନହାନି ମକଦମା ଦାୟର କରିଥିଲେ।

ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ରେ ରୌଜ୍‌ ଆଭେନ୍ୟୁ କୋର୍ଟରେ ହେବ। ମାମଲାର ଶୁଣାଣି ସମୟରେ ଗଜେନ୍ଦ୍ର ଶେଖୱାତଙ୍କ ଓକିଲ ଅଶୋକ ଗେହଲଟଙ୍କ ଓକିଲଙ୍କୁ ଏହି ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗେହଲଟଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ସେସନ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Share