ନୂଆଦିଲ୍ଲୀ,୨୬।୯: ରାଜସ୍ଥାନ କଂଗ୍ରେସରେ ମତଭେଦ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗେହଲଟ ସମର୍ଥକ ବିଧାୟକଙ୍କ ବିଦ୍ରୋହ ପରେ କଂଗ୍ରେସ ଅଧ୍ୟକ୍ଷ ରେସ୍ରୁ ଗେହଲଟ ବାହାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜସ୍ଥାନର ରାଜନୈତିକ ଡ୍ରାମା ପରେ କଂଗ୍ରେସ ହାଇକମାଣ୍ଡ ଏନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ୧୦ ଜନପଥରେ ବସିଥିବା ବୈଠକରେ ଗେହଲଟ ଅଧ୍ୟରୁ ପଦ ରେସ୍ରୁ ବାହାର ହେବା ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରେସ୍ରେ ମୁକୁଲ ଓ୍ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଦିଗବିଜୟ ସିଂହ, କେସି ବେଣୁଗୋପାଲ ଏବଂ କମଲନାଥ ରହିଛନ୍ତି। ଅନ୍ୟପଟେ ଗେହଲଟ କେନ୍ଦ୍ରୀୟ ନେତୃତ୍ୱର ଅନ୍ତିମ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।