Categories: ଜାତୀୟ

ରାଜେନ୍ଦ୍ର ଗୁଧାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର,୨୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ପଦରୁ ବହିଷ୍କାର କରିଛନ୍ତି। ରାଜସ୍ଥାନ ସରକାରର ମନ୍ତ୍ରୀ ରାଜେନ୍ଦ୍ର ବିଧାନସଭାରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଥିବା ବେଳେ ସେ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀଙ୍କ ବିବୃତ୍ତିରେ ବିରୋଧୀ ଦଳର ନେତା ରାଜେନ୍ଦ୍ର ରାଠୋର ସରକାରଙ୍କ ଉପରେ ବର୍ଷିଛନ୍ତି।

ନିଜ ସରକାରରେ ଖୋଳତାଡ଼ କରି ମନ୍ତ୍ରୀ ରାଜେନ୍ଦ୍ର ଗୁଧା କହିଛନ୍ତି ଯେ ମଣିପୁର ପରିବର୍ତ୍ତେ ଆମ ନିଜ ଘର ପଛପଟକୁ ଦେଖିବା ଉଚିତ୍‌। ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ଆମେ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଆମେ ବିଫଳ ହୋଇଛୁ। ରାଜସ୍ଥାନରେ ଯୋଭଳି ମହିଳାଙ୍କ ଉପରେ ଅତ୍ୟାଚାର କିପରି ବୃଦ୍ଧି ପାଇଛି, ମଣିପୁର ପରିବର୍ତ୍ତେ ଆମେ ନିଜ ନିଜ ଘର ପଛପଟକୁ ଦେଖିବା ଉଚିତ୍‌।

ମନ୍ତ୍ରୀ ରାଜେନ୍ଦ୍ର ଗୁଧା ନିଜ ସରକାର ବିରୋଧରେ ଟାର୍ଗେଟ କରିଥିବାରୁ ରାଜସ୍ଥାନର ରାଜନୀତି ତୀବ୍ର ହୋଇଛି। ଏକ ବଡ଼ ନିଷ୍ପତ୍ତି ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜେନ୍ଦ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି।

Share