Categories: ଜାତୀୟ

ରାଜସ୍ଥାନ କଂଗ୍ରେସ ସଙ୍କଟ: କପିଲଙ୍କ ପ୍ରଶ୍ନ, ଆମେ କେବେ ଜାଗି ଉଠିବୁ

ନୂଆଦିଲ୍ଲୀ,୧୨।୭: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଜସ୍ଥାନରେ କଂଗ୍ରେସ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟାମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟରେ ଭାଜପା କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଭାଜପା ୧୦ରୁ ୧୫ କୋଟି ଟଙ୍କା ଦେଇ ରାଜସ୍ଥାନ କଂଗ୍ରେସ ଏବଂ ସ୍ବାାଧୀନ ବିଧାୟକଙ୍କୁ କିଣିବା ପ୍ରୟାସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟୁଇଟ କରି କହିଛନ୍ତି ଯେ, ମୁଁ ମୋ ପାର୍ଟି ପାଇଁ ଚିନ୍ତିତ, ଘୋଡାମାନେ ଘୋଡାଶାଳ ଛାଡିବା ପରେ ଆମେ ଜାଗ୍ରତ ହେବା କି? ଏହି ଟୁଇଟରେ କପିଲ ସିବଲ କୌଣସି ରାଜ୍ୟର ଘଟଣା ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ କୁହାଯାଇଛି ଯେ ସିବଲ ରାଜସ୍ଥାନ ରାଜନୀତିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ହାଇକମାଣ୍ଡଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁହାଁମୁହିଁ ହୋଇଛନ୍ତି। ଶନିବାର ଜୟପୁରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଚିନ ଯୋଗ ଦେଇ ନ ଥିଲେ। ସଚିନ ୧୦ ଜଣ ବିଧାୟକଙ୍କ ଦିଲ୍ଲୀରେ ଅଛନ୍ତି ବୋଲି କୁହାଯାଉଛି। ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ସେମାନଙ୍କ ସମସ୍ୟା ରଖିବେ ବୋଲି ଜଣାପଡିଛି।

Share