Categories: ଜାତୀୟ

ସ୍ବାଧୀନତା ଦିବସ ଅବସରରେ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଜୟପୁର,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ରାଜସ୍ଥାନର ବାରନର କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ପାନଚାନ୍ଦ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସେ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟରେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଛି। ଫଳରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ବିଧାୟକ ଲେଖିଛନ୍ତି, ଦେଶ ସ୍ବାଧୀନତାର ୭୫ବର୍ଷ ପୂରଣ କରିଛି। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ଉତ୍ସବକୁ ଦେଶବାସୀ ହ ପାଳନ କରୁଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share