Categories: ଜାତୀୟ

ଛୁଟିରୁ ଫେରିବା ପରେ ଡ୍ୟୁଟି ଉପରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ହାଇକୋର୍ଟରେ ମୁତୟନ ଥିବା ଜଣେ ୩୦ ବର୍ଷୀୟ ରାଜସ୍ଥାନ ପୋଲିସ କନଷ୍ଟେବଳ ବୁଧବାର ସକାଳେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାହା ପୁଣି କୋର୍ଟ ପରିସରରେ। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

ନିକଟରେ ଦିଲ୍ଲୀର ରୋହିଣି କୋର୍ଟରେ ଜଣେ ଗାଙ୍ଗଷ୍ଟାରଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଗାଙ୍ଗ ହତ୍ୟା କରିବା ପରଠାରୁ ଦିଲ୍ଲୀର ପ୍ରତ୍ୟେକ କୋର୍ଟରେ ହାଇଆଲର୍ଟ ସ୍ଥିତି। ସମସ୍ତ ୭ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଡିସିପି (ନୂଆଦିଲ୍ଲୀ) ଦୀପକ ଯାଦବ କହିଛନ୍ତି, କୋର୍ଟ ପରିସରରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା ସମ୍ପର୍କରେ ପୋଲିସକୁ ସକାଳ ୯ଟା ୩୦ରେ ଖବର ମିଳିଥିଲା। ଛୁଟି କାଟି ଫେରିବା ପରେ ସେ ବୁଧବାର ଡ୍ୟୁଟିରେ ୯ଟା ୩୦ରେ ହିଁ ଯୋଗ ଦେଇଥିଲେ। ଆଉ ତାଙ୍କ ହତ୍ୟା ପଛରେ କାହାରି ହାତ ନାହିଁ। ତାଙ୍କ ଜୀବନରେ ଏମିତି କ’ଣ ଚାଲିଥିଲା ଜାଣିବା ପାଇଁ ସହକର୍ମୀ ଓ ପରିବାରବର୍ଗଙ୍କୁ ପଚରାଉଚୁରା କରାଯାଉଛି।

Share