Advertisement

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ସ୍ଥିତି ଅଧିକ ବିବାଦୀୟ ହେବାରୁ ଶେଷରେ କଂଗ୍ରେସର ବରିଷ୍ଠ ନେତାମାନେ ଏଥିରେ ହସ୍ତକ୍ଷେପ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଦଳୀର ବରିଷ୍ଠ ନେତା ପି.ଚିଦାମ୍ବରମ ସଚିନଙ୍କୁ ବୁଝାଇଛନ୍ତି। ଏବେ ତାଙ୍କୁ କେନ୍ଦ୍ର ନେତୃତ୍ୱ ଦିଆଯିବା ନେଇ ତାଙ୍କୁ ଆଶ୍ୱାସନା ସେ ଦେଇଛନ୍ତି। ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ସଚିନକୁ ମନାଇବା ପାଇଁ ଏକ ବାର୍ତ୍ତା ମଧ୍ୟ ପଠାଇଥିଲେ ସେ ସଚିନଙ୍କୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।ଏଥିସହ ତାଙ୍କ ପାଇଁ କଂଗ୍ରେସର ସବୁ ଦିନ ପାଇଁ ଖୋଲା ରହିଛି ଓ ସେ ସର୍ବଦା କଂଗ୍ରେସର ସଦସ୍ୟ ବୋଲି ରାହୁଲ ବାର୍ତ୍ତା ଦେଇଥିଲେ। ପାଇଲଟ୍‌ ଏହା ପୂର୍ବରୁ ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲେ। ଏବେ ପ୍ରଶ୍ନ ଉଠୁଛି ସଚିନ କଂଗ୍ରେସକୁ ପୁଣି ଯଦି ଫେରିବେ ତେବେ ପୂର୍ବପରି ତାଙ୍କୁ ଦଳରେ ସମ୍ମାନ ମିଳିବ କି? ଯଦି ନ ଫେରିବେ ତେବେ ତାଙ୍କ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା କଣ ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share