Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ସଙ୍କଳ୍ପ ପାରିତ

ରାୟପୁର,୧୮।୯: ରାଜସ୍ଥାନ ଏବଂ ଦିଲ୍ଲୀ ପରେ ରବିବାର ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି। ଗତକାଲି ଜୟପୁର ଏବଂ ଦିଲ୍ଲୀରେ ମଧ୍ୟ ଏହି ସଂକଳ୍ପ ପାରିତ ହୋଇଥିଲା। ଛତିଶଗଡ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ସଂକଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଝେଲ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଜାତୀୟ ସଭାପତି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ଏକ ସଙ୍କଳ୍ପ ପାରିତ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୨୪ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ।

Share