Categories: ଜାତୀୟ

ଜୟପୁରର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌, ଫଟା ଜିନ୍ସ କିମ୍ବା ମିନି ସ୍କର୍ଟରେ କରିପାରିବେନି ଏଣ୍ଟ୍ରି

ଜୟପୁର,୮।୭: ମନ୍ଦିରକୁ ଯିବାବେଳେ ଡ୍ରେସ୍‌କୋଡ୍‌ ଲାଗୁ ହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରିଧାମରେ ଏହି ନିୟମ ଲାଗୁ ହେବା ନେଇ ଦାବି କରାଯାଉଛି। କେତେକେ ମନ୍ଦିରରେ ଏହି ନିୟମ ଲାଗୁ ହୋଇଥିବାବେଳେ ଆଉ କେତେକେ ମନ୍ଦିରରେ ଏନେଇ ବିଚାର ବିମର୍ଶ କରାଯାୁଛି। ତେବେ ରାଜସ୍ଥାନର ଜୟପୁରରେ ଥିବା ଝାଡଖଣ୍ଡ ମହାଦେବ ମନ୍ଦିରରେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ଭକ୍ତମାନେ ମନ୍ଦିରରେ ପ୍ରବେଶ ବେଳେ ଫଟା ଜିନ୍ସ, ସର୍ଟସ, ଫ୍ରକ୍‌, ନାଇଟ ସୁଟ୍‌ କିମ୍ବା ମିନି ସ୍କର୍ଟ ପିନ୍ଧି ନ ଆସିବାକୁ ବାରଣ କରାଯାଇଛିି। ଏନେଇ ମନ୍ଦିର ପ୍ରଶାସନ ମନ୍ଦିର ବାହାରେ ସୂଚନା ଫଳକ ଲଗାଇଛନ୍ତି।

Share