Categories: ଜାତୀୟ

ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀ ଉପରେ ଇଡିର ଚଢାଉ

ଜୟପୁର,୨୬।୯: ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀଗୁଡିକ ଉପରେ ମଙ୍ଗଳବାର ଇଡି ଚଢାଉ କରିଛି। ଦିଲ୍ଲୀରୁ ଆସିଥିବା ଇଡି ଟିମ୍‌ କୋଟପୁତଲି ଏବଂ ବହରୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ ଆୟକର ବିଭାଗ ଦ୍ୱାରା ମଧ୍ୟ ଚଢାଉ କରାଯାଇଥିଲା।

ସୂଚନାଯୋଗ୍ୟ, କୋଟପୁତଲିରୁ ବିଧାୟକ ରାଜେନ୍ଦ୍ର ଯାଦବଙ୍କ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଅଟନ୍ତି। ଆୟକର ବିଭାଗର ଟିମ୍‌କୁ କିଚ୍ଚା ସ୍ଥିତ ରାଜେନ୍ଦ୍ର ଯାଦବଙ୍କ ପୈତୃକ ଘର ଏବଂ କାରଖାନା ଉପରେ ଚଢାଉ ସମୟରେ ନଗଦ ଟଙ୍କା ଏବଂ ଅଳଙ୍କାର ମିଳିଥିଲା।

Share