Categories: ଜାତୀୟ

Rajasthan Election 2023: କଂଗ୍ରେସର ୩୩ ଜଣିଆ ପ୍ରାର୍ଥୀ ତାଲିକା ଜାରି, ସର୍ଦ୍ଦାରପୁରରୁ ଗେହଲଟ-ଟୋଙ୍କରୁ ସଚିନ…

ଜୟପୁର,୨୧।୧୦ : ରାଜସ୍ଥାନରେ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବର୍ତ୍ତମାନ କଂଗ୍ରେସ ଏହାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ପ୍ରଥମ ତାଲିକାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଦଳ ସାଦଲପୁରରୁ କୃଷ୍ଣ ପୁନିୟା, ମାଣ୍ଡୱା ରୁ ରୀତା ଚୌଧୁରୀ ଏବଂ ମାଲବ୍ୟ ନଗରରୁ ଡ.ଅର୍ଚ୍ଚନା ଶର୍ମାଙ୍କୁ ଟିକେଟ ଦେଇଛି। ସେହିପରି ଅମୃତ ଚୌହାନଙ୍କୁ ନୌହାରରୁ, ଲକ୍ଷ୍ମଣଗଡରୁ ଗୋବିନ୍ଦ ସିଂ ଡୋଟାସାରା, ଟୋଙ୍କରୁ ସଚିନ ପାଇଲଟ ଏବଂ ସର୍ଦ୍ଦାରପୁରରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକଟ ଦେଇଛି। ଦଳ ବିଶ୍ୱସ୍ତ ନେତାଙ୍କ ଉପରେ ଭରସା କରିଛି।

ସେହିପରି ସିକ୍ରାଇରୁ ମମତା ଭୁପେଶ, ଜୟଲରୁ ମଞ୍ଜୁ ଦେବୀ, ଓସିଆନରୁ ଦିବ୍ୟା ମଦରଣା, ଯୋଧପୁରରୁ ମନୀଷା ପାନୱାର, ବଲ୍ଲଭନଗରରୁ ପ୍ରୀତି ଗଜେନ୍ଦ୍ର ଶକ୍ତାୱତ ଏବଂ କୁଶଲଗଡରୁ ରମିଲା ଖାଡିଆ ପ୍ରାର୍ଥୀ କରାଯାଇଛି। କଂଗ୍ରେସର ପ୍ରଥମ ତାଲିକାରେ ୨୭ ପ୍ରତିଶତ ମହିଳା ପ୍ରାର୍ଥୀ ଅଛନ୍ତି।
ଶନିବାର ଭାଜପା ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୮୩ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ରହିଛି।

Share