Categories: ଜାତୀୟ

ଧଳା ଲଫାପା ଉପରେ ଧଳା ମିଛ କହୁଛି କଂଗ୍ରେସ

ଜୟପୁର,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରରେ ୨୧ ଟଙ୍କା ଦାନକୁ ନେଇ ରାଜସ୍ଥାନର ଏକ ନିର୍ବାଚନ ରାଲିରେ ପ୍ରିୟଙ୍କା ଗାନ୍ଧୀଙ୍କ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ପ୍ରିୟଙ୍କାଙ୍କୁ ନୋଟିସ ଦେବା ପରେ ଭାଜପା ମଧ୍ୟ ତାଙ୍କୁ ଘେରିଛି। ପାର୍ଟି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, କଂଗ୍ରେସ ଧଳା ଲଫାପା ଉପରେ ଧଳା ମିଛ କହୁଛି । ପ୍ରିୟଙ୍କା ଗାନ୍ଧୀଙ୍କ ଏପରି ମିଥ୍ୟାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବିଭ୍ରାନ୍ତ କରିବା।
ଅକ୍ଟୋବର ୨୦ରେ ରାଜସ୍ଥାନର ଡାଉସାଠାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା କହିଥିଲେ, ମୁଁ ଟିଭିରେ ଦେଖିଛି ପ୍ରଧାନମନ୍ତ୍ରୀ ମୋଦି ଏକ ମନ୍ଦିରକୁ ଲଫାପାରେ ୨୧ ଟଙ୍କା ଦାନ କରିଛନ୍ତି। ଭାଜପା ଜନସାଧାରଣଙ୍କୁ ଲଫାପା ଦେଖାଏ, କିନ୍ତୁ ନିର୍ବାଚନ ପରେ ସେଥିରେ କିଛି ମିଳୁନାହିଁ।
ପ୍ରିୟଙ୍କା ଗାନ୍ଧୀଙ୍କ ଏହି ବିବୃତ୍ତି ସମ୍ପର୍କରେ ଭାଜପା ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ତାଙ୍କ ବିବୃତ୍ତିର ଭିଡିଓ ମଧ୍ୟ ପ୍ରମାଣ ଭାବରେ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି, ଏହା ପରେ ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହାର ଜବାବ ମାଗି ନୋଟିସ ପଠାଇଛନ୍ତି।

Share