Categories: ଜାତୀୟ

କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଜ୍ୟୋତି

ନୂଆଦିଲ୍ଲୀ,୧୧।୯: ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସୋମବାର ନାଗୋରର ପୂର୍ବତନ କଂଗ୍ରେସ ଏମ୍‌ପି ତଥା ବରିଷ୍ଠ ନେତା ନାଥୁରାମ ମିର୍ଦ୍ଦାଙ୍କ ନାତୁଣୀ ଜ୍ୟୋତି ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହ ସୱାଇ ସିଂ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନ ଭାଜପା ସଭାପତି ସିପି ଯୋଶୀ ଜ୍ୟୋତିଙ୍କୁ ସଦସ୍ୟତା ପ୍ରଦାନ କରି ଦଳରେ ସ୍ବାଗତ କରିଥିଲେ। ଭାଜପାର ଏହି ପଦକ୍ଷେପ ବିରୋଧୀ ଦଳ କଂଗ୍ରେସ ପାଇଁ ଏକ ବଡ ଝଟକା।
ଜ୍ୟୋତି ମିର୍ଦ୍ଦା ଜାଟ ସମ୍ପ୍ରଦାୟରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀ ଥିବା ଜ୍ୟୋତିଙ୍କୁ ଦଳକୁ ଆଣି ଜାଟ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ଏହ ମାଷ୍ଟରଷ୍ଟ୍ରୋକ ଖେଳିଛି। ଜ୍ୟୋତି ମିର୍ଦ୍ଦା ନାଗୋରରୁ କଂଗ୍ରେସ ଏମ୍‌ପି ରହିସାରିଛନ୍ତି। ଏହା ପରେ ଜ୍ୟୋତି ପୁଣିଥରେ ୨୦୧୯ରେ ନାଗୋରରୁ ଲୋକ ସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ହନୁମାନ ବେନିୱାଲଙ୍କଠାରୁ ହାରିଯାଇଥିଲେ।

Share