Categories: ଜାତୀୟ

ରାଜସ୍ଥାନ ନିର୍ବାଚନ: ମତଦାନ ୧ ପ୍ରତିଶତ କମ୍‌ ହେଲେ ଏହି ଦଳକୁ ମିଳିବ ଲାଭ…

ଜୟପୁର,୨୫।୧୧ : ରାଜସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଶନିବାର ସକାଳ ୭ ଟାରୁ ମତଦାନ ବୁଥରେ ଏକାଠି ହୋଇଥିଲେ। ଶାସକ ଦଳ କଂଗ୍ରେସ ହେଉ କିମ୍ବା ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ହେଉ, ସେମାନେ ନିଜ ନିଜ ବିଜୟ ପାଇଁ ଜନସାଧାରଣଙ୍କ ଉପରେ ଭରସା ରଖିଛନ୍ତି। ବର୍ତ୍ତମାନ ଜନସାଧାରଣ କେଉଁ ଦଳକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି, ତାହା କେବଳ ଡିସେମ୍ବର ୩ରେ ଭୋଟ ଗଣତିରୁ ହିଁ ଜଣା ପଡିବ। କିନ୍ତୁ ଗତ ଅନେକ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତକୁ ନେଇ ରାଜସ୍ଥାନରେ କେଉଁ ଦଳର ବିଜୟ କିମ୍ବା ପରାଜୟ ହେବ ସେନେଇ ରାଜନେତିକ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ରାଜସ୍ଥାନ ବିଧାନସଭାର ଭୋଟ ପ୍ରତିଶତ ଆକଳନରୁ ଜଣାପଡିଛି ଯଦି ଭୋଟ ହାର ୩ ରୁ ୬ ପ୍ରତିଶତ ବୃଦ୍ଧି ହୁଏ ତେବେ ଭାଜପା ଏହାର ଲାଭ ପାଇବ। ଏଥି ସହିତ ଯଦି ଭୋଟ ୧ ପ୍ରତିଶତ ହ୍ରାସ ହୁଏ ତେବେ କଂଗ୍ରେସ କ୍ଷମତାକୁ ଫେରିବ। ଏଥି ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଆମେ ଜନସାଧାରଣଙ୍କ ଆଶୀର୍ବାଦ ପାଇଛୁ। ପୁନର୍ବାର କଂଗ୍ରେସ ସରକାର ଗଠନ ହେବ। ସେ କହିଲେ, କିଏ କ’ଣ କହୁଛି ସେ ନେଇ ମୋର ଧ୍ୟାନ ନାହିଁ। ରାଜସ୍ଥାନ ନିର୍ବାଚନକୁ ନେଇ ଭାଜପା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଥି ସହିତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଲୋକଙ୍କୁ ଯଥାସମ୍ଭବ ଭୋଟ ଦେବାକୁ ନିବେଦନ କରି କହିଥିଲେ ମୁଁ ସମସ୍ତ ଭୋଟରଙ୍କୁ ନମସ୍କାର କରୁଛି। ରାଜସ୍ଥାନର ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ଆଧାର ଏବଂ ସମ୍ବିଧାନ ଆପଣଙ୍କୁ ନିଜ ଇଚ୍ଛା ଅନୁଯାୟୀ ସରକାର ବାଛିବା ପାଇଁ ଭୋଟ ଦେବାର ଅଧିକାର ଦେଇଛି। ତେଣୁ, ଭୋଟ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବାକୁ ପ୍ରେରଣା ଦେବା ଆପଙ୍କଣର କର୍ତ୍ତବ୍ୟ।

 

 

Share