Categories: ଜାତୀୟ

ନିର୍ବାଚନ ପୂର୍ବରୁ ଦଳବଦଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ଭାଜପାରେ ସାମିଲ

ଜୟପୁର,୧୩।୬: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କର ଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ପାହାଡିଆ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା ପାଟିଲଙ୍କ ସମ୍ପର୍କୀୟ ବ୍ରିଜେନ୍ଦ୍ର ସିଂ ଶେଖୱାତ ମଧ୍ୟ ତାଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ବିଏସପି ନେତା ଅଶୋକ ବର୍ମା ଏବଂ ଅବସରପ୍ରାପ୍ତ ଆଇଏଏସ ଚନ୍ଦ୍ରମୋହନ ମୀନା ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ମେ’ ୧୯ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବାଷ ମହାରିୟା କଂଗ୍ରେସ ଛାଡି ଭାଜପା ଛାଡି ଯୋଗ ଦେଇଥିଲେ।

Share