Categories: ଜାତୀୟ

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ ସିମେଣ୍ଟ କମ୍ପାନୀ ମାଲିକାନାରେ ଥିବା ସେମାନଙ୍କ ଜମି ନିମନ୍ତେ କ୍ଷତିପୂରଣ ଦାବିକରି କୃଷକ ବିଦ୍ୟାଧର ଯାଦବଙ୍କ ପରିବାର ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ପ୍ରତିବାଦ ସ୍ବରୂପ ଇଚ୍ଛାମୃତ୍ୟୁ ଦାବିକରି ବିଦ୍ୟାଧର ଓ ତାଙ୍କ ପରିବାର ସଦସ୍ୟ ଗତ ୧୦ ତାରିଖରେ ଜୁଇରେ ବସିଥିଲେ। ଉକ୍ତ ପରିବାରକୁ ଆତ୍ମଦାହରୁ ବଞ୍ଚାଇବା ପାଇଁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିପାଇଁ ବହୁତ ଅର୍ଥ ବ୍ୟୟ ହୋଇଥିବାରୁ ପୋଲିସ ବିଦ୍ୟାଧରଙ୍କ ଉପରେ ୯.୯୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ରାଜସ୍ଥାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଝୁନ୍‌ଝୁନୁ ଏସ୍‌ପି ଶରଦ ଚୌଧରୀ ବିଦ୍ୟାଧରଙ୍କୁ ନୋଟିସ୍‌ ପଠାଇଛନ୍ତି।

Share