Categories: ଜାତୀୟ

ପୂର୍ବତନ ମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ଭଂବରୀ ଦେବୀ ହତ୍ୟାକାଣ୍ଡର ଥିଲେ ମୁଖ୍ୟ ଅଭିଯୁକ୍ତ

ଜୟପୁର,୧୭ ।୧୦: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଳ ମଦେରଣାଙ୍କର ରବିବାର ପରଲୋକ ହୋଇଛି । ସେ ବେଶ୍ କିଛିଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ । ୬୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ଝିଅ ରହିଛନ୍ତି ଜଣେ ଝିଅ ଦିବ୍ୟା ଓସିୟାଂ ଆସନରୁ ବିଧାୟକ ଅଛନ୍ତି । ଏହି ଆସନରୁ ମହିପାଲ ମଦରଣା ୨ ଥର ବିଧାୟକ ରହିସାରିଛନ୍ତି । ଏହା ପୂର୍ବରୁ ସେ ୧୯ ବର୍ଷ ଧରି ଯୋଧପୁରର ଜିଲା ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ମେଦରଣାଙ୍କ ପାର୍ଥିବ ଶରୀର ସକାଳ ୧୦ଟାରେ ତାଙ୍କ ପୈତୃକ ଗାଁ ଚାଡି ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନ୍ୟ ନେତାମାନେ ମଦରେଣାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ।
ମହିପାଲ ମଦରେଣା ବହୁ ଚର୍ଚ୍ଚିତ ଭଂବରୀ ଦେବୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ । ରାଜସ୍ଥାନର ଜଳ ସଂସାଧନ ମନ୍ତ୍ରୀ ଥିବା ବେଳେ ଏଏନ୍‌ଏମ୍ ଭଂବରୀ ଦେବୀଙ୍କ ଅପହରଣ କରାଯାଇ ହତ୍ୟା କରାଯାଇଥିଲା । ଏହି ମାମଲାରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହି ମାମଲାରେ ସେ ୧୦ ବର୍ଷ ଜେଲରେ ରହିବା ସହ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋର ବିରୋଧୀ ବୋଲି କୁହାଯାଏ ।

Share