Categories: ଖେଳ

ହାଇଦ୍ରାବାଦକୁ ୨୦୪ ରନ୍‌ ଟାର୍ଗେଟ୍‌ ଦେଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୪ ରନ ଲକ୍ଷ୍ୟ ରଖିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୩ ରନ୍‌ ସଂଗ୍ରହ କରିଛି। ଜୋସ ବଟଲର୍‌, ଯଶସ୍ବୀ ଜୈଶୱାଲ ଏବଂ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଶେଷରେ ଶିମ୍ରନ ହେଟମିୟର ମଧ୍ୟ ୨୨ ରନ ସଂଗ୍ରହ କରିଥିଲେ। ଏଥିସହିତ ଫଜଲହକ ଫାରୁକି ଏବଂ ଟି ନଟରାଜନ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଉମରାନ ମଲିକ ଗୋଟିଏ ସଫଳତା ପାଇଥିଲେ।

Share