Categories: ଜାତୀୟ

ଝିଅକୁ ବଳାତ୍କାର କଲେ ବାପା, ଜାଣିବା ପରେ ଏମିତି କଲେ ଭାଇ

ଯୋଧପୁର,୫।୯: ରାଜସ୍ଥାନର ଜାଲୋର ଜିଲାରେ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର କରିଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।

ବଳାତ୍କାର ସମ୍ପର୍କରେ ପୀଡ଼ିତା ତାଙ୍କ ମାଉସିଙ୍କୁ ଫୋନରେ ଜଣାଇଥିଲେ। ଏହି ଭଏସ କଲର ଅଡିଓ କ୍ଲିପ ଶୁଣିବା ପରେ ନାବାଳିକାଙ୍କ ଭାଇ ଜାଣିବାକୁ ପାଇଥିଲେ ବଳାତ୍କାର ସମ୍ପର୍କରେ। ଶନିବାର ୩୨ ମିନିଟ୍‌ର ଲମ୍ବା ଅଡିଓ କ୍ଲିପ୍‌ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସେହି ଦିନ ନର୍ମଦା କେନାଲଙ୍କୁ ଡେଇଁ ପୀଡ଼ିତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳୁଛି ଯେ, ଥରେ ମୋବାଇଲ କିଣି ଦେବା ବାହାନାରେ ବାପା ମୋତେ ତାଙ୍କ କାରରେ ନେଇ ବଳାତ୍କାର କରିଥିଲେ। ବହୁବାର ଶୋଇଥିବା ଅବସ୍ଥାରେ ସେ ମୋତେ ଯୌନ ନିର୍ଯ୍ୟାତନା ଦେଉଥିଲେ। ନା ବାହାରକୁ ଛାଡ଼ୁ ଥିଲେ, ନା ମୋତେ ପରିବାର ଲୋକଙ୍କ ସହ କଥା ହେବାକୁ ଦେଉଥିଲେ ବୋଲି ପୀଡ଼ିତା ଓ ତାଙ୍କ ମାଉସିଙ୍କୁ କହିଛନ୍ତି। ତେବେ ଏହି କଥାବର୍ତ୍ତାରେ ଘଟଣା କେବେ ଘଟିଥିଲା ସ୍ପଷ୍ଟ କରାଯାଇ ନାହିଁ।

 

Share