‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ରାଜସ୍ଥାନ ସରକାର

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ରିଲିଜ୍ ହୋଇଛି ବଲିଉଡ ମୁଭି ’ଏ ଜିନ୍ଦେଗୀ’ । ଏହି ମୁଭି ପାଇଁ ରାଜସ୍ଥାନ ସରକାର ଏକ ଖୁସି ଖବର ଦେଇଛନ୍ତି । ସମ୍ବେଦନଶୀଳ, ଭାବୁକ ଓ ସଚେତନା ସୃଷ୍ଟି କରୁଥିବା ଏହି ଫିଲ୍ମର ବିଷୟ ବସ୍ତୁକୁ ଦେଖି ରାଜସ୍ଥାନ ସରକାର ଏହାକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ନିଜ ଜୀବନରେ ଅଙ୍ଗପ୍ରତିରୋପଣକୁ ଅତି ପାଖରୁ ଦେଖିଥିବା ନିର୍ଦ୍ଦେଶକ ଅନିର୍ବାଣ ବୋଷ ଓ ଶିଳାଦିତ୍ୟ ବୋରାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ଏ ଜିନ୍ଦେଗୀ’ ଅଙ୍ଗଦାନର ମହତ୍ୱକୁ ଜୀବନ୍ତ କରୁଥିବା ବେଳେ ଏହା ଏକ ଅବିଶ୍ୱନୀୟ ସତ ଘଟଣା ଉପରେ ଆଧାରିତ ଫିଲ୍ମ ।
ରାଜସ୍ଥାନ ସରକାର ଫିଲ୍ମ ‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି କରିବା ପରେ ନିର୍ମାତା ଶିଳାଦିତ୍ୟ ବୋରା ତାଙ୍କ ପ୍ରତିକ୍ରିୟାରେ ରାଜସ୍ଥାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ଟ୍ୟାକ୍ସ ଫ୍ରି ହେବା ପରେ ଅନେକ ଲୋକଙ୍କୁ ପ୍ରେରଣା ଓ ଯେଉଁମାନେ ଅଙ୍ଗଦାନକୁ ଭୟ କରୁଥିଲେ ସେମାନଙ୍କ ମନରୁ ଏହା ଭୟ ଦୂର କରିବ ବୋଲି ନିର୍ମାତା କହିଛନ୍ତି । ଯେଉଁମାନେ ଜୀବନ ପ୍ରତି ଅତିଷ୍ଠ ହୋଇଯାଇଥିଲେ ସେମାନଙ୍କ ଜୀବନରେ ଏହା ଆଶାର କରିଣ ଆଣିଦେବ । ‘ଏ ଜିନ୍ଦେଗୀ’ ସମସ୍ତ ଡାକ୍ତର , ନର୍ସ ଓ ମେଡିକାଲ ଫ୍ରଣ୍ଟଲାଇନର କାମକୁ ଦର୍ଶାଇଛି ।
ଏହି ଫିଲ୍ମରେ ଅଭିନେତ୍ରୀ ରେବତି ଏକ ଗ୍ରିଫ କାଉନସିଲରଙ୍କ ଚରିତ୍ରରେ ନଜର ଆସିଛନ୍ତି । ସେ ରୋଗୀଙ୍କୁ କଷ୍ଟ ନିବାରଣ କରିବାରେ ସାହାଯ୍ୟ କରୁଛନ୍ତି । ଏହି ଫିଲ୍ମ ସତ ଘଟଣା ଉପରେ ପ୍ରେରଣା ପାଇଥିବା ଏକ ଫିଲ୍ମ । ଏହା ଭଲପାଇବା, ଉପଚାର ଓ ଆଶା ଭଳି ସମ୍ବୋଦନଶୀଳ ବିଷୟର ଏକ ମିଶ୍ରଣ କାହାଣୀ । ଏହା ଅକ୍ଟୋବର ୧୪ରେ ରିଲିଜ୍ ହୋଇଛି ।

Share