Categories: ଜାତୀୟ

ରାଜସ୍ଥାନ ସରକାରଙ୍କୁ ଏବେ ଘୋଡ଼ା ବେପାର ଡର!

ଜୟପୁର,୧୩।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ୧୮ ମାସ ପୂରଣ ହୋଇଥିବା ବେଳେ ଏବେ ଏଥିରେ କାହାର ନଜର ଲାଗିଛି ବୋଲି ଆଲୋଚନା ହେଉଛି। ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଯାଉଥିବା ଦେଖାଯାଇଛି। ଇତି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି। ସୋମବାର ବିଧାୟକ ଦଳର ବୈଠକରେ ୧୦୭ ବିଧାୟକ ସାମିଲ ହୋଇଥିବା ବେଳେ ବୈଠକରୁ ବାହାରି ଏକ ବସ୍‌ରେ ଏମାନେ ବାହାରକୁ ଚାଲି ଯାଇଥିବା ଦେଖାଯାଇଛି। ତେବେ ଏମାନେ ଯିବା ସମୟରେ ଭିକ୍ଟ୍ରି ସାଇନ୍‌ ଦେଖାଇ ଯାଇଛନ୍ତି। ସେପଟେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା କହିଛନ୍ତି ରାଜସ୍ଥାନ ସରକାରରେ ସବୁ ଠିକ୍‌ ଚାଲିଛି। ପାଇଲଟଙ୍କ ସହ ସମ୍ପର୍କ କରାଯାଇଛି ଓ ତାଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି। ଅନ୍ୟପଟେ ପାଇଲଟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କଥା ପୂର୍ବରୁ ଆଲାଚନା ହେଉଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ସେ ତାଙ୍କର ନୂଆ ଦଳ ଗଠନ କରିପାରନ୍ତି। ସେପଟେ କେତେଜଣ ବିଧାୟକ ଭାଜପା ସହ ସମ୍ପର୍କ ରଖିଥିବାରୁ ଏବେ କଂଗ୍ରେସକୁ ଘୋଡ଼ା ବେପାର ଭୟ ଘାରିଛି।

Share