Categories: ଜାତୀୟ

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛନ୍ତି ରାଜସ୍ଥାନ ସରକାର, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ: ଗେହଲଟ୍‌

ଜୟପୁର,୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ ସରକାରଙ୍କୁ ରିମୋର୍ଟ କଣ୍ଟ୍ରୋଲ ସରକାର ବୋଲି କହିଛନ୍ତି। ଗେହଲଟ୍‌ କହିଛନ୍ତି, ଭାଜପାର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ ଗେହଲଟ୍‌ ଅଭିଯୋଗ କରିଛନ୍ତି।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଗେହଲଟଙ୍କ ବିବୃତ୍ତିକୁ ପାଲଟାଜବାବ ଦେଇ କହିଛନ୍ତି, ରାଜ୍ୟ ସରକାର ମଜଭୁତି ଏବଂ ସମନ୍ବୟ ସହିତ କାର୍ଯ୍ୟ କରୁଛନ୍ତି। ଖବରଦରତାମାନଙ୍କୁ ସମ୍ବୋଧିତ କରି ଗେହଲଟ କହିଛନ୍ତି ଯେ, ଦୁଃଖର ବିଷୟ ଯେ ଆଜି ସରକାର ଗଠନ ହେବାର ଅଢେଇ ମାସ ବିତିଗଲାଣି, କିନ୍ତୁ ପ୍ରତ୍ୟେକ ଘରେ ଏକ ଆଲୋଚନା ହେଉଛି ଯେ ସରକାର କାହିଁକି କାର୍ଯ୍ୟ କରୁନାହାଁନ୍ତି।

Share