ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କରୋନା ପଜିଟିଭ, ନିଜକୁ କଲେ ଆଇସୋଲେଟ

ଜୟପୁର,୧୪।୪: ରାଜସ୍ଥାନ ରାଜ୍ୟପାଳ କଲାରଜ ମିଶ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କୋଭିଡ ଟେଷ୍ଟ ପରେ ଶୁକ୍ରବାର ୧୪ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ସୂଚନା ରାଜ ଭବନ ପକ୍ଷରୁ ଦିଆଯାଇଛି। ଏହାସହ ରାଜଭବନ ପକ୍ଷରୁ କୁହାଯାଇଛି କି ଯେଉଁମାନେ ନିକଟରେ ରାଜ୍ୟପାଳଙ୍କ ସମ୍ପର୍କରେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ ନିଶ୍ଚିତ ଭାବେ କରାଇ ନିଅନ୍ତୁ। ଏହାସହ ସରକାରୀ ଗାଇଡ ଲାଇନକୁ ପାଳନ କରନ୍ତୁ। କରୋନା ପଜିଟିଭ ହେବା ପରେ ରାଜ୍ୟପାଳ ନିଜକୁ ଆଇସୋଲେଟ କରି ନେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବି କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ଟୁଇଟର ଆକାଉଣ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଥିଲ। ସେ ଲେଖିଥିଲେ ହାଲକା ଲକ୍ଷଣ ଥାଇ ମୁଁ କରୋନାରେ ସଂକ୍ରମିତ ହୋଇଛି। ଡାକ୍ତରଙ୍କ ଉପଦେଶ କ୍ରମେ ମୁଁ କିଛିଦିନ ଘରୁ କାମ କରିବି। ଆପଣମାନେ ସାବଧାନ ରୁହନ୍ତୁ ଓ କୋଭିଡ ପ୍ରୋଟୋକଲ ପାଳନ କରନ୍ତୁ।

Share