Categories: ଜାତୀୟ

ରାଜସ୍ଥାନ ସରକାର ସର୍ବଧିକ ଦୁର୍ନୀତିଗ୍ରସ୍ତ: ଭାଜପା…

ଜୟପୁର,୧୪।୮ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜ୍ୟରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବହୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ସମସ୍ତ ଦଳ ପରସ୍ପରକୁ ଘେରି ରହି ଲୋକଙ୍କୁ ନିଜ ସପକ୍ଷରେ ରଖିବାକୁ ଚେଷ୍ଟା କରୁଛନ୍ତି। ରାଜସ୍ଥାନ ସରକାରଙ୍କୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ପ୍ରତିଦିନ ନୂଆ ଦୁର୍ନୀତି ଏବଂ ବଳାତ୍କାର ମାମଲା ରୁଜୁ ହେଉଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଭିଯୋଗ କରିଛନ୍ତି ଦେଶରେ ପଞ୍ଜୀକୃତ ହୋଇଥିବା ଅତ୍ୟାଚାର ଏବଂ ହତ୍ୟା ମାମଲାର ୧୬ ପ୍ରତିଶତ ରାଜସ୍ଥାନରୁ ଆସିଛି। ବଳାତ୍କାର ମାମଲାରେ ରାଜସ୍ଥାନ ଶୀର୍ଷରେ ରହିଛି। ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ୧୬ ରୁ ଅଧିକ ଥର ଲିକ ହୋଇଛି।

ସେ କହିଛନ୍ତି ରାଜ୍ୟରେ ଭାଜପା ସରକାରର ଆବଶ୍ୟକତା ରହିଛି। ଯୋଶୀ ପ୍ରଶ୍ନ କରିଛନ୍ତି , ଯଦି ମୁଖ୍ୟମନ୍ତ୍ରୀ ଗେହଲଟ ଗରିବଙ୍କ ପ୍ରତି ଭଲ କାମ କରିବାକୁ ଚାହୁଁଥବଲେ, ତେବେ ସେ ସାଢ଼େ ଚାରି ବର୍ଷ ମଧ୍ୟରେ କାହିଁକି ଏପରି କଲେ ନାହିଁ। ଭାଜପା କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରି ସେ କହିଛନ୍ତି ଦଳ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ସରକାର ଗଠନ କରିବ।

Share