Categories: ଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜସ୍ଥାନ, ୫୦୦ରୁ ଅଧିକ ଟେରର ପ୍ରଫେସର ପଢ଼ାଉଛନ୍ତି ଦଙ୍ଗା ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୩।୭ : ରାଜସ୍ଥାନ ସମେତ ସମଗ୍ର ଦେଶରେ ଆତଙ୍କବାଦର ଏକ ନୂଆ ଚେହେରା ସୃଷ୍ଟି ହେବାରେ ଲାଗିଛି। ଏବେ ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଛନ୍ତି ସେମାନଙ୍କ ହାତରେ ଏକେ-୪୭ ନାହିଁ । ବସ ଏବଂ ଟ୍ରେନରେ ବୋମା ପ୍ଲାଣ୍ଟ ଲଗାଯାଉନାହିଁ। ଟାର୍ଗେଟ ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ନୁହେଁ। ଏବେ ଭିଲୱାଡ଼ା ଏବଂ କରୌଲି ପରି ଛୋଟ ସହର ରହିଛି ଆତଙ୍କବାଦୀଙ୍କ ଟାର୍ଗେଟରେ। କିନ୍ତୁ ଉଦ୍ଦେଶ୍ୟ ରହିଛି ସମାନ। ଦେଶରେ ଘୃଣା, ଆତଙ୍କ ଏବଂ ଦଙ୍ଗା ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ।

ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରେ ୪-୫ ଆତଙ୍କବାଦୀ ଏବଂ ସଂଗଠନ ସକ୍ରିୟ ଅଛନ୍ତି। ଏସବୁ ସଂଗଠନରେ ୫୦୦ ରୁ ଅଧିକ ଆତଙ୍କବାଦୀ ପ୍ରଫେସରଙ୍କ ଦ୍ୱାରା ୧୫୦୦ରୁ ଅଧିକ ହ୍ବାଟସ ଆପ ଗ୍ରୁପ, ଫେସବୁକ, ଟୁଇଟର ଏବଂ ୟୁଟ୍ୟୁବ ମାଧ୍ୟମରେ ଆତଙ୍କବାଦ କ୍ଲାସରୁମ ପରିଚାଳିତ ହେଉଛି।

ଅନଲାଇନରେ ଦଙ୍ଗା କିପରି କରାଯିବ ତାହାର ପାଠ୍ୟକ୍ରମ ଅପଲୋଡ ହେଉଛି। ବେକାର ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ଛାତ୍ର ପର୍ଯ୍ୟନ୍ତ ସ୍ଲିପର ସେଲ୍‌ ସୃଷ୍ଟି କରାଯାଉଛି।

ଚଳିତ ବର୍ଷ ହିନ୍ଦୁ ନୂଆ ବର୍ଷରେ ହୋଇଥିବା ରାଲିରେ କରାଲିରେ ଉପୁଜି ଥିବା ଦଙ୍ଗା ପାଇଁ ପୂର୍ବରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ଏଥିରେ ବାହାର ଦଙ୍ଗାକାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଅକ୍ଷୟ ତୃତୀୟା ଏବଂ ଇଦ ଦିନ ଯୋଧପୁରରେ ବାହାରୁ ଆସିଥିବା ଆତଙ୍କବାଦୀମାନେ ଦଙ୍ଗା ସୃଷ୍ଟି କରିଥିଲେ। ଏହା ପରେ ଭିଲୱାଡାରେ ଯୁବକଙ୍କ ହତ୍ୟା ଦ୍ୱାରା ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା।

ଉଦୟପୁରରେ କହ୍ନେୟାଲାଲଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ମଧ୍ୟ ଦେଶରେ ଦଙ୍ଗା ସୃଷ୍ଟି କରିବା ଥିଲା ବୋଲି ଗୁପ୍ତଚର ଏଜେନ୍ସି ପକ୍ଷରୁ କୁହାଯାଇଛି।

Share