Categories: ଜାତୀୟ

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ନେଇ ଗୁରୁବାର ଝାଲାଓ୍ବାର ସିଟି ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତ ଜଣକ ହେଲେ ପେଦାଓ୍ବା ଅଞ୍ଚଳର ମଙ୍ଗଲ ସିଂ। ତାଙ୍କୁ ଏପର୍ଯ୍ୟନ୍ତ ପଚରାଉଚରା କରାଯାଇନାହିଁ।

ସହରର ଏସ୍‌ଆର୍‌ଜି ହସ୍ପିଟାଲରେ ସର୍ଜନ ଡ. ଅଖିଳେଶ ମୀନାଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଛି। ମଙ୍ଗଲ ତାଙ୍କ ଘରକୁ ଆସି ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଅନୁରୋଧ କରିବା ସହ ଟଙ୍କା ଯାଚିଥିଲେ ବୋଲି ଡ. ମୀନା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତ ମଙ୍ଗଲଙ୍କ ବିରୋଧରେ ଆଇପିସି ଦଫା ୩୦୨ ଓ ୧୧୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଝାଲାଓ୍ବାର ସିଟି ପୋଲିସ ପକ୍ଷରୁ କୁହାଯାଇଛି।

Share