Categories: ଜାତୀୟ

୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା

ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ ବଳାତ୍କାର କରିବା ପରେ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ବାରମ୍ବାର ବଳାତ୍କାର ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡ଼ିତା।

ପୋଲିସ ଅଧିକାରୀ ପରମେଶ୍ୱରୀ କହିଛନ୍ତି, ୪୫ ବର୍ଷୀୟ ବାପାଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା। ୨ ବର୍ଷ ତଳେ ପୀଡ଼ିତାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ପ୍ରଥମ ଥର ବଳାତ୍କାର କରିଥିଲେ ଅଭିଯୁକ୍ତ ବାପା। ଏହାପରେ ବହୁ ବାର ବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ତେବେ ପୀଡ଼ିତା ଏ ସମ୍ପର୍କରେ ପ୍ରଥମେ ଜଣେ ସାମାଜିକ କର୍ମୀଙ୍କୁ ଜଣାଇଥିଲେ। ଉକ୍ତ ସାମାଜିକ କର୍ମୀ ଗତ ୮ ତାରିଖରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋକ୍ସୋ ଆଇନ ଓ ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି।

Share