ଜୟପୁର,୨।୮: ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇଛି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନମୁନାକୁ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ପଠାଯାଇଛି ବୋଲି ରାଜସ୍ଥାନ ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ବିଜ୍ଞାନ ଅଧୀକ୍ଷକ ଡକ୍ଟର ଅଜିତ ସିଂ କହିଛନ୍ତି।