ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ ଦଳ ଗୁରୁବାର ଏହାର ଫାଉଣ୍ଡେଶନ ଜରିଆରେ ୭.୫ କୋଟି ଟଙ୍କା କୋଭିଡ୍‌ ପ୍ରଭାବିତଙ୍କ ପାଇଁ ଦାନ କରିଛି।

ଦେଶରେ ଏବେ ଗତ କିଛି ଦିନ ହେଲା ଦୈନିକ ୩ ଲକ୍ଷ୍ୟରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୮୩,୭୬,୫୨୪ରେ ପହଞ୍ଚିଛି।

ରାଜସ୍ଥାନ ରୟାଲ୍ସ ଖୁସିର ସହିତ ଘୋଷଣା କରୁଛି ଯେ, କୋଭିଡ୍‌-୧୯ର ଦ୍ୱିତୀୟ ଲହରରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୭.୫ କୋଟି ଟଙ୍କା ଦାନ କରୁଛି। ଦଳର ଖେଳାଳିଙ୍କ ସହ ମାଲିକ ଓ ଟିମ୍‌ ମ୍ୟାନେଜମେଣ୍ଟ ସଦସ୍ୟମାନେ ଫ୍ରାଞ୍ଚାଇଜର ରାୟାଲ ରାଜସ୍ଥାନ ଫାଉଣ୍ଡେଶନ (ଆର୍‌ଆର୍‌ଏଫ୍‌) ଜରିଆରେ ପାଣ୍ଠି ସଂଗ୍ରହ କରିଥିଲେ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Share