Categories: ଖେଳ

ଟସ୍‌ ଜିତି ବ୍ୟାଟିଂ କରିବ ରାଜସ୍ଥାନ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ।

ଅନ୍ୟପକ୍ଷେ ରାଜସ୍ଥାନ ତାହାର ଦଳରେ ଏକ ପରିବର୍ତ୍ତନ କରିଛି। ଟ୍ରେଣ୍ଟ ବୋଲ୍ଟଙ୍କ ସ୍ଥାନରେ ଆଡାମ୍‌ ଜାମ୍ପାଙ୍କୁ ସାମିଲ କରିଛି। ସେହିପରି ଲଗାତର ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ପରାଜୟ ସତ୍ତ୍ୱେ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପଏଣ୍ଟ ଟେବୁଲରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବ। ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତର ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପୁଣି ଏକ ବିଜୟ ସହ ଦଳ ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ କରିବ।

ରାଜସ୍ଥାନ ଦଳ: ଯଶସ୍ବୀ ଜୟସ୍ବାଲ, ଯୋଶ୍‌ ବଟ୍‌ଲର, ଦେବଦତ୍ତ ପାଦିକଲ, ସଞ୍ଜୁ ସାମ୍‌ସନ (ଅଧିନାୟକ), ସିମ୍‌ରନ୍‌ ହେଟ୍‌ମେୟର, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଜାସନ ହୋଲ୍ଡର, ଆଡାମ ଜାମ୍ପା, ସନ୍ଦୀପ ଶର୍ମା, ୟୁଜ୍‌ବେନ୍ଦ୍ର ଚହଲ।

ଚେନ୍ନାଇ ଦଳ: ଋତୁରାଜ ଗାଏକ୍ୱାଡ, ଡେଭନ କନ୍‌ୱେ, ଅଜିଙ୍କ୍ୟ ରାହାନେ, ମୋଇନ୍‌ ଅଲ୍ଲୀ, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ଏମ୍‌.ଏସ୍‌. ଧୋନି(ଅଧିନାୟକ), ମାଥେଶା ପାଥିରାନା, ତୁଷାର ଦେଶ୍‌ପାଣ୍ଡେ, ମହେଶ ତକ୍ସାନା, ଆକାଶ ସିଂ।

Share