ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)- ୨୦୧୯ ସମୟରେ ରାଜସ୍ଥାନ ରୟାଲ୍ସ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ରବିଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ୩ ବର୍ଷ ବିତିଥିବା ବେଳେ ସେତେବେଳର ଏହି ଦୁଇ ଶତ୍ରୁ ଏବେ ମିତ୍ର ପାଲଟିଛନ୍ତି। କାରଣ ଉଭୟ ଗୋଟିଏ ଟିମ୍ ପକ୍ଷରୁ ଆଗାମୀ ଆଇପିଏଲ୍ରେ ଖେଳିବାକୁ ଯାଉଛନ୍ତି।
ରାଜସ୍ଥାନ ଟିମ୍ ବଟଲରଙ୍କୁ ରିଟେନ କରିଥିବା ବେଳେ ମେଗା ଅକ୍ସନରେ ଅଶ୍ୱିନଙ୍କୁ ୫ କୋଟି ମୂଲ୍ୟରେ ନିଜ ସହ ସାମିଲ କରିଛି। ଏବେ ସେମାନେ ଏକାଠି ଅଭ୍ୟାସ କରୁଛନ୍ତି। ହେଲେ ବିଗତ ଦିନର ବିବାଦକୁ ମନେ ପକାଇ ସୋସିଆଲ ମିଡିଆରେ ଉଭୟ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି ଫ୍ରାଞ୍ଚାଇଜ୍। ଫଟୋରେ ବଟଲରଙ୍କ ସହ ଅଶ୍ୱିନ ହସୁଥିବା ଦେଖାଯାଇଛି।