Categories: ଖେଳ

ପରାଜୟ ସତ୍ତ୍ୱେ ପ୍ରଥମ ସ୍ଥାନରେ ଅଛି ରାଜସ୍ଥାନ ରୟାଲ୍ସ: ଜାଣନ୍ତୁ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ରେ କିଏ କେଉଁ ସ୍ଥାନରେ ଅଛି

ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହିପରି ରାଜସ୍ଥାନ ରୟାଲ୍ସ ସିଜିନ୍‌ର ପ୍ରଥମ ପରାଜୟ ପାଇଲା। ଏଠାରେ ଶୁବମନ ଗିଲଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟାନ୍ସ ସେମାନଙ୍କର ତୃତୀୟ ବିଜୟ ହାସଲ କରିଛି। କିନ୍ତୁ ପରାଜୟ ପରେ ମଧ୍ୟ ରାଜସ୍ଥାନ ରୟାଲ୍ସର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ୫ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ପାଇଛି। ଏଥି ସହିତ ବର୍ତ୍ତମାନ ଗୁଜରାଟ ଟାଇଟାନ୍ସ ୬ଟି ମ୍ୟାଚରେ ୬ ପଏଣ୍ଟ ପାଇଛି। ବର୍ତ୍ତମାନ ଗୁଜରାଟ ଟାଇଟାନ୍ସ ଷଷ୍ଠ ସ୍ଥାନରେ ରହିଛି।
ଗୁଜରାଟ ଟାଇଟାନ୍ସର ୬ଟି ମ୍ୟାଚରେ ୬ ପଏଣ୍ଟ ରହିଛି, ଏହି ଦଳ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ତେବେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପରାଜୟ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ଏକ ନମ୍ବରରେ ରହିଛି। ୫ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ପାଇଛି। ଏହା ପରେ କୋଲକାତା ନାଇଟ ରାଇଡର୍ସ ୪ଟି ମ୍ୟାଚରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କେକେଆର ବ୍ୟତୀତ ଲକ୍ଷ୍ନୌ ସୁପର ଜିଆଣ୍ଟସ, ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟ ୬-୬ ପଏଣ୍ଟ ପାଇଛନ୍ତି।

Share