ମୁମ୍ବାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ସୋମବାର ୩୦ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଛି। କୋଲକାତା ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍ ଲିଗ୍ରେ ଟସ୍ ଜିତି ବୋଲିଂ ନେବା ଏବେ ଏକ ଧାରା ପାଲଟିଛି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଛି।
ରାଜସ୍ଥାନ ରୟାଲ୍ସ:ଜୋସ ବଟଲର୍, ଦେବଦତ୍ତ ପାଡିକ୍କଲ, ସଞ୍ଜୁ ସାମସନ (ଅଧିନାୟକ/ଓ୍ବିକେଟ କିପର), କରୁଣ ନାୟାର, ସିମରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଓବେ ମ୍ୟାକୋଏ, ୟୁଜଭେନ୍ଦ୍ର ଚହଲ।
କୋଲକାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ୍ ଆୟାର, ଆରୋନ ଫିନ୍ଚ, ଶ୍ରେୟାସ ଆୟାର(ଅଧିନାୟକ), ନୀତିଶ ରାଣା, ଆନ୍ଦ୍ରେ ରସେଲ୍, ଶେଲଡନ୍ ଜ୍ୟାକସନ୍(ଓ୍ବିକେଟ କିପର), ସୁନିଲ ନାରିନ, ପାଟ୍ କୁମିନ୍ସ, ଶିଭମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।