Categories: ଖେଳ

ଆଜି ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ: ଉଭୟ ଟିମ୍‌ର ଦ୍ୱିତୀୟ ବିଜୟ ଲକ୍ଷ୍ୟ…

ଗୁଆହାଟୀ,୫।୪ : ଆଇପିଏଲ ସିରିଜ ୧୬ର ଅଷ୍ଟମ ମ୍ୟାଚ ବୁଧବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ)ମଧ୍ୟରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଏକ ବଡ଼ ବିଜୟ ପରେ ପଞ୍ଜାବ କିଙ୍ଗ୍ସର ଆତ୍ମବିଶ୍ୱାସୀ ଦଳ ଆରଆରଦଳକୁ ଭେଟିବାକୁ ଯାଉଛି।

ମୋହାଲିରେ କୋଲକାତା ନାଇଟ ରାଇଡର୍ସ ଉପରେ ସାତ ରନରେ ବିଜୟ ପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରବାକୁ ଆଶା ରଖିଛି। ଉଭୟ ଟିମ୍‌ ଦ୍ୱିତୀୟ ବିଜୟ ଲକ୍ଷ୍ୟ ନେଇ ସନ୍ଧ୍ୟା ୭ଟା ୩୦ରେ ପଡ଼ିଆକୁ ଓହ୍ଲାଇବେ। ଉଭୟ ଦଳ ମଧ୍ୟରେ ଆଇପିଏଲରେ ଇତି ମଧ୍ୟରେ ୨୪ ଥର ମୁକାବିଲା ହୋଇଛି। ସେଥି ମଧ୍ୟରୁ ପଞ୍ଜାବ କିଙ୍ଗ୍ସ ୧୦ଟି ଜିତି ଥିବାବେଳେ ରାଜସ୍ଥାନ ରୟାଲ୍ସ ୧୪ଟି ଜିତିଛି।

ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ ୧୧ରେ ଯଶସ୍ବ ଜୈସୱାଲ, ଜୋସ ବଟଲର୍‌, ସଞ୍ଜୁ ସାମସନ (ଅଧିନାୟକ /ଓ୍ବିକେଟ କିପର), ଦେବଦତ୍ତ ପାଦିକ୍କଲ, ଶିମ୍ରନ ହେଟମିୟର, ରିୟାନ ପରାଗ, ଜେସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ପ୍ରଭାସିମରନ ସିଂ, ଭାନୁକା ରାଜପାକ୍ଷେ, ଜିତେଶ ଶର୍ମା (ୱିକେଟ କିପର), ସିକନ୍ଦର ରଜା, ଶାହାରୁଖ ଖାନ, ସାମ କରଣ, ନାଥାନ ଏଲିସ, ହରପ୍ରୀତ ବରାର, ରାହୁଲ ଚାହର, ଅର୍ଶଦୀପ ସିଂ ଅଛନ୍ତି।

Share