Categories: ଖେଳ

ଦ୍ୱିତୀୟକୁ ଡେଇଁଲା ରାଜସ୍ଥାନ

ମୁମ୍ବାଇ,୧୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛିି। ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ ହରାଇ ୧୭୮ ରନ୍‌ କରିଥିଲା। ଜବାବରେ ଲକ୍ଷ୍ନୌ ୨୦ ଓଭରରେ ୮ ଉଇକେଟ ହରାଇ୧୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୧୩ ମ୍ୟାଚରୁ ୧୬ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିଲା ରାଜସ୍ଥାନ। କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ଯଶସ୍ବୀ ଜୟସ୍ବାଲଙ୍କ ୪୧, ଦେବଦତ୍ତ ପଡିକାଲଙ୍କ ୩୯ ଓ ଅଧିନାୟକ ସଞ୍ଜୁ ସାମସନଙ୍କ ୩୨ ରନ ସହାୟତାରେ ସମ୍ମାନଜନକ ସ୍କୋର କରିଥିଲେ। ଲକ୍ଷ୍ନୌର ରବି ବିଷ୍ଣୋଇ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ଲକ୍ଷ୍ନୌ ୨୯ ରନରେ ୩ଟି ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ଦୀପକ ହୁଦା ୩୯ ବଲ୍‌ରୁ ୫୯ (୫ ଚୌକା, ୨ ଛକା) ରନ୍‌ କରିଥିଲେ ମଧ୍ୟ ତାହା ବିଜୟ ପାଇଁ ସମ୍ଭବ ହୋଇ ନ ଥିଲା।

Share