Categories: ଖେଳ

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ
ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଚଳିତ ଆଇପିଏଲ୍‌ରେ ଆଜି ହେବିଓ୍ବେଟଙ୍କ ଫାଇଟ ଦେଖିବାକୁ ମିଳିବ। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଗୁଜରାଟ ଟାଇଟନ୍ସ ବୋଲିଂ କରିବାକୁ ପ୍ରସ୍ତୁତ ହୋଇଯାଇଛି ।
ଏହି ଦୁଇଟି ଟିମ୍‌ ଏପାବତ୍‌ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଜରାଟ ୩ଟି ଏବଂ ରାଜସ୍ଥାନ ଗୋଟିଏରେ ବିଜୟୀ ହୋଇଛି।

ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଏକ ନମ୍ବରରେ ଏବଂ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଉଭୟ ଦଳ ଏ ପର୍ଯ୍ୟନ୍ତ ୯-୯ ମ୍ୟାଚ ଖେଳିଛନ୍ତି।

Share