ହାଇଦ୍ରାବାଦ୍‌ ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଦୁବାଇ, ୨୨।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି। ଫଳରେ ହାଇଦ୍ରାବାଦ୍‌ ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଛି। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୩୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିୟାନ ପରାଗ ୨୦, ବେନ୍‌ ଷ୍ଟୋକ୍ସ ୩୦, ଅଧିନାୟକ ଷ୍ଟିଭ ସ୍ମିଥ ୧୯, ରବିନ ଉଥପ୍ପା ୧୯, ଜୋଫ୍ରା ଆର୍ଚର ୧୬*, ଜୋଶ୍‌ ବଟଲର ୯ ରନ କରିଥିଲେ। ସଫଳ ବୋଲର ଭାବେ ହାଇଦ୍ରାବାଦ୍‌ ପକ୍ଷରୁ ଜାସନ ହୋଲ୍ଡର ୩ଟି ଉଇକେଟ୍‌ ନେଇଥିଲେ।

Share