Categories: ଖେଳ

ବିଜୟର ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୧ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ଅବଦୁଲ ସମାଦ ୩୨, ମୟଙ୍କ ଅଗ୍ରଓ୍ବାଲ ୩୨, ଉମରାନ ମଲିକ ୧୯ ରନ୍‌ କରିଥିଲେ। ୟୁଜବେନ୍ଦ୍ର ଚହଲ ୪, ଟ୍ରେଣ୍ଟ ବୋଲ୍ଡ ୨ ଏବଂ ଜେଶନ ହୋଲ୍ଡର ଗୋଟିଏ ଉଇକେଟ୍‌ ନେଇଥିଲେ।
ରାଜସ୍ଥାନ ରୟାଲ୍ସ ଏହି ବିଜୟ ସହିତ ଆଇପିଏଲ ୨୦୨୩ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୩ ରନ୍‌ ସଂଗ୍ରହ କରିଛି। ଜୋସ ବଟଲର୍‌, ଯଶସ୍ବୀ ଜୈଶୱାଲ ଏବଂ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଶେଷରେ ଶିମ୍ରନ ହେଟମିୟର ମଧ୍ୟ ୨୨ ରନ ସଂଗ୍ରହ କରିଥିଲେ। ଏଥିସହିତ ଫଜଲହକ ଫାରୁକି ଏବଂ ଟି ନଟରାଜନ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଉମରାନ ମଲିକ ଗୋଟିଏ ସଫଳତା ପାଇଥିଲେ।

Share