Categories: ଜାତୀୟ

ରାଜସ୍ଥାନ, ତେଲଙ୍ଗାନା ନିର୍ବାଚନକୁ ନେଇ କଂଗ୍ରେସର ପ୍ରସ୍ତୁତି: ଗଠନ କଲା ନିର୍ବାଚନ କମିଟି

ନୂଆଦିଲ୍ଲୀ,୨୦।୭: ଚଳିତ ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ବିତ କରିଛି। ଗୁରୁବାର କଂଗ୍ରେସ ଉଭୟ ରାଜ୍ୟ ପାଇଁ ରାଜ୍ୟ ନିର୍ବାଚନ କମିଟି ଗଠନ କରିଛି। ରାଜସ୍ଥାନ ପାଇଁ ଗଠିତ କଂଗ୍ରେସ ନିର୍ବାଚନ କମିଟିରେ ଗୋବିନ୍ଦ ସିଂ ଡୋଟାସରା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ଅନେକ ନେତାଙ୍କୁ ସ୍ଥାନ ଦିଆଯାଇଛି। ଅନ୍ୟପକ୍ଷରେ ତେଲଙ୍ଗାନାର ରାଜ୍ୟ ନିର୍ବାଚନ କମିଟିରେ ରାଜ୍ୟ ସଭାପତି ଏ ରେବନ୍ତ ରେଡ୍ଡୀ ଏବଂ କଂଗ୍ରେସ ବିଧାୟକ ଭଟ୍ଟୀ ବିକ୍ରମାର୍କା ମଲ୍ଲୁଙ୍କ ସମେତ ଅନେକ ନେତା ଅଛନ୍ତି।

 

Share