Categories: ଜାତୀୟ

କୁକୁର ଆକ୍ରମଣରେ ୧୨ ବର୍ଷର ନାବାଳକର ମୃତ୍ୟୁ

ଜୟପୁର,୧୦।୭: ରାଜସ୍ଥାନର ବୁନ୍ଦିରେ ଏକ ନାବାଳକ ଉପରେ କୁକୁର ଆକ୍ରମଣ କରିଥିବା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ୧୨ ବର୍ଷର ନାବାଳକର ମୃତ୍ୟୁ ଘଟିଛି। କୁକୁରଦଳ ପିଲା ଉପରେ ଆକ୍ରମଣ କରି ତାଙ୍କୁ ଗୁରୁତର ଆହତ କରିଦେଇଥିଲେ। ପିଲାଟିର ଚିତ୍କାର ଶୁଣି ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ କୁକୁରମାନଙ୍କ କବଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁନ୍ଦି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ପିଲାଟିର ମୃତ୍ୟୁ ଘଟିଥିଲା। ପିଲାଟିର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ନେଇ ବୋଲି ଡାକ୍ତର କହିଛନ୍ତି।

Share