Categories: ଖେଳ

ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ବୃହତ କ୍ରିକେଟ ଷ୍ଟାଡିୟମ

ଜୟପୁର,୩୦ା୩: ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ତଥା ବିଶ୍ୱର ତୃତୀୟ ବୃହତ କ୍ରିକେଟ ଷ୍ଟାଡିୟମ। ଏନେଇ ଗୁରୁବାର ରାଜସ୍ଥାନ କ୍ରିକେଟ ଆସୋସିଏଶନ ଏବଂ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ମଧ୍ୟରେ ଏକ ଚୁକ୍ତି ହୋଇଛି। ଜୟପୁର ଜିଲ୍ଲାର ଚୋମ୍ପ ଗ୍ରାମରେ ୧୦୦ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କରାଯିବ ଏବଂ ଏହାର ନାମ ଅନୀଲ ଅଗ୍ରଓ୍ବାଲ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ ରହିବ।୧୦୦ ଏକରରେ ବ୍ୟାପ୍ତ ଏହି ଷ୍ଟାଡିୟମରେ ୭୫ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିବ। ଭାରତର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ଏବଂ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହାଠାରୁ ଅଧିକ ଲୋକ ବସି ପାରିବେ। ବେଦାନ୍ତ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଅନୀଲ ଅଗ୍ରଓ୍ବାଲ ଏହି ଭିଜନ୍‌ ଶେୟାର କରିଛନ୍ତି।

Share