Categories: ଜାତୀୟ

ଏକ ଘଣ୍ଟା ଧରି ଆଲୋଚନା କଲେ ବସୁନ୍ଧରା-ନଡ୍ଡା

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଗୁରୁବାର ଅପରାହ୍ନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ପରିସ୍ଥିତି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି। ଏହି ସମୟରେ ବସୁନ୍ଧରା ରାଜେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ହାଇକମାଣ୍ଡ ତାଙ୍କ ଭୂମିକା ସ୍ପଷ୍ଟ କରନ୍ତୁ।

ବସୁନ୍ଧରା ରାଜେ ବର୍ତ୍ତମାନ ଦଳର ରାଷ୍ଟୀୟ ଉପାଧ୍ୟକ୍ଷ ଅଛନ୍ତି। କିନ୍ତୁ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ନିଜର ଦାବିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କ ଦଳ କ୍ରମାଗତ ଭାବରେ ହାଇକମାଣ୍ଡ ଉପରେ ଚାପ ପକାଉଛନ୍ତି,କିନ୍ତୁ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାର୍ଟି ହାଇକମାଣ୍ଡ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ଯେ ଦଳ ରାଜ୍ୟରେ ସାମୂହିକ ନେତୃତ୍ୟରେ ନିର୍ବାଚନ ଲଢାଯିବ।

Share