Categories: ଜାତୀୟ

ରାଜସ୍ଥାନ ଅର୍ଥନୀତି ୩୫.୭୧ ଲକ୍ଷ କୋଟିରେ ପହଞ୍ଚାଇବା ଲକ୍ଷ୍ୟ

ଜୟପୁର,୨୩ା୮: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ରାଜସ୍ଥାନ ସରକାର କ୍ରମାଗତ ଭାବେ ବିକାଶର ନୂଆ ଦିଗ ଉନ୍ମୋଚନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଏହାକୁ ଦେଶର ଏକ ମଡେଲ ରାଜ୍ୟରେ ପରିଣତ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଭିତ୍ତିଭୂମି ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଜନମଙ୍ଗଳ ଯୋଜନା ଜରିଆରେ ଆର୍ଥତ୍କ ପରିଚାଳନାକୁ ସୁନିଶ୍ଚିତ କରି ସରକାର ସବୁ ବର୍ଗଙ୍କୁ ଉପକୃତ କରିଛନ୍ତି। ରାଜସ୍ଥାନକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଲାଗି ସ୍ବାଧୀନତା ଦିବସ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ମିଶନ ୨୦୩୦’ ସଂକଳ୍ପ ସମ୍ପର୍କରେ କହିଥିଲେ। ସେ କହିଥିଲେ, ୨୦୧୮-୧୯ ବର୍ଷରେ ରାଜ୍ୟର ଅର୍ଥନୀତି ୯ ଲକ୍ଷ ୧୧ ହଜାର କୋଟି ଟଙ୍କା ଥିଲା। ଆଜି ଏହା ୧୪.୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୩୦ ସୁଦ୍ଧା ଏହାକୁ ୩୫.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିପାଇଁ ‘ରାଜସ୍ଥାନ-ମିଶନ ୨୦୩୦’ ଅଭିଯାନ ରାଜ୍ୟରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହି କ୍ୟାମ୍ପେନ୍‌ରେ ଅର୍ଥନୀତିଜ୍ଞ, ଲେଖକ, ସାମ୍ବାଦିକ, ଛାତ୍ରୀଛାତ୍ର, ସରକାରୀ କର୍ମଚାରୀ, ଆଇନଜୀବୀ, କୃଷକ, ଶ୍ରମିକ, ମହିଳା, ଯୁବବର୍ଗ, ବୁଦ୍ଧିଜୀବୀ ଏବଂ କ୍ରୀଡ଼ାବିତ୍‌ଙ୍କ ସମେତ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଏଥିପାଇଁ ରହିଥିବା ଓ୍ବେବ୍‌ସାଇଟ୍‌ରେ ଲୋକମାନଙ୍କଠାରୁ ଅନ୍‌ଲାଇନରେ ପ୍ରସ୍ତାବ ଗ୍ରହଣ କରାଯିବ। ଏହା ବ୍ୟତୀତ ପ୍ରତ୍ୟକ୍ଷ ସାକ୍ଷାତ୍‌ କରାଯାଇ ଏବଂ ଆଇଭିଆର୍‌ ସର୍ଭେ ଜରିଆରେ ମଧ୍ୟ ପ୍ରସ୍ତାବ ସଂଗ୍ରହ କରାଯିବ। ମିଶନ ୨୦୩୦ ଉପରେ ସମସ୍ତ ସ୍କୁଲ୍‌ ଓ କଲେଜରେ ପ୍ରବନ୍ଧ ପ୍ରତିଯୋଗିତା ହେବ। ସେଗୁଡ଼ିକୁ ଏକାଠି କରି ମିଶନ ୨୦୩୦ ଉପରେ ଭିଜନ ଡକ୍ୟୁମେଣ୍ଟ ଜାରି କରାଯିବ।
ମିଶନ ୨୦୩୦ ଉପରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ସବୁ ବର୍ଗର ପ୍ରତିନିଧି, ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ବିଭାଗୀୟ ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ଜୟପୁରର ବିର୍ଲା ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସବୁ ଜିଲାରୁ ବହୁସଂଖ୍ୟାରେ ଯୁବତୀଯୁବକ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share