Categories: ଜାତୀୟ

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଡେଙ୍ଗୁ ସମୀକ୍ଷା ପାଇଁ ଆଇନଜୀବୀ ରଜତ ଆନେଜାଙ୍କ୍‌ୁ ଆମିକସ୍‌ କ୍ୟୁରୀ ନିଯୁକ୍ତ କରାଯାଇଛି। ଡେଙ୍ଗୁ ସଙ୍କଟ ସୃଷ୍ଟି କରିଥିବାବେଳେ ଏନେଇ ପ୍ରଶାସନ ଅବା ସରକାର କାହାର ଚିନ୍ତା ନ ଥିବା ଭଳି ମନେ ହେଉଛି ବୋଲି କୋର୍ଟ କହିଛନ୍ତି।
ବିଚାରପତି ବିପିନ ସାଙ୍ଘି ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନ ସମୟରେ କରାଯାଉଥିବା ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେ ପାଣିର ଗାର ପାଲଟୁଛି। ଯଦି ଏସବୁର ପ୍ରତିପାଳନ କରାଯାଆନ୍ତା ତେବେ ଦିଲ୍ଲୀ ସହରରେ ବହୁ ଉଲ୍ଲେଖନୀୟ ପରିବର୍ତ୍ତନ ଘଟି ପାରନ୍ତା ବୋଲି ଖଣ୍ଡପୀଠ କହିଛନ୍ତି।

Share