ପାର୍ଲ,୨୧।୧୨: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ଏଥି ସହିତ ଭାରତୀୟ ଦଳ ପ୍ଲେ-୧୧ରେ ୧ଟି ପରିବର୍ତ୍ତନ ସହିତ ପଡିଆରେ ପ୍ରବେଶ କରିଛି । ରଜତ ପାଟିଦାର ଭାରତ ପାଇଁ ଡେବ୍ୟୁ କରୁଛନ୍ତି। ଏହା ବ୍ୟତୀତ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହାତ ହେତୁ ଋତୁରାଜ ଗାଇକୱାଡ ଖେଳୁନାହାଁନ୍ତି। ଏହା ବ୍ୟତୀତ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି।
ଟିମ ଇଣ୍ଡିଆର ପ୍ଲେ-୧୧: ସଞ୍ଜୁ ସାମସନ, ସାଇ ସୁଦର୍ଶନ, ରଜତ ପାଟିଦାର, ତିଳକ ବର୍ମା, କେ.ଏଲ ରାହୁଲ (ଉଇକେଟ୍ କିପର/ ଅଧିନାୟକ), ରିଙ୍କୁ ସିଂ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଆବେଶ ଖାନ ଏବଂ ମୁକେଶ କୁମାର।
ଦକ୍ଷିଣ ଆଫ୍ରିକାର ପ୍ଲେ-୧୧: ରିଜା ହେଣ୍ଡ୍ରିକ୍ସ, ଟନି ଡି ଜୋର୍ଜି, ରାସି ଭାନ ଡେର୍ ଡୁସେନ, ଆଡେନ ମାର୍କ୍ରାମ (ଅଧିନାୟକ), ହେନାରିକ କ୍ଲାସେନ (ଉଇକେଟ୍ କିପର୍), ଡେଭିଡ ମିଲର, ୱିଆନ ମଲଡର, କେଶବ ମହାରାଜ, ନନ୍ଦ୍ରେ ବର୍ଗର, ଲିଜାଡ ୱିଲିୟମ୍ସ ଏବଂ ବେରୁନ ହେଣ୍ଡ୍ରିକ୍ସ।