ରାଜଭବନ ପାଲଟିଛି କରୋନା ହଟସ୍ପଟ୍‌: ୮୪ କର୍ମଚାରୀ ଆକ୍ରାନ୍ତ

ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଥିବା ୧୪୭ କର୍ମଚାରୀଙ୍କ ମଧ୍ୟରୁ ୮୪ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜଭବନର ସୁରକ୍ଷାକର୍ମୀ ଏବଂ ଦମକଳବାହିନୀ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଥିବାବେଳେ ଅନ୍ୟ ମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ ହୋଇଥିବା କର୍ମଚାରୀମାନେ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତଙ୍କ ସହିତ ମିଳିମିଶା କରି ନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟପାଳ ସୁରକ୍ଷିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜଭବନ ପରିସରକୁ ସାନିଟାଇଜ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୪: ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କରାଯାଇଛି। ଅଯୋଧ୍ୟାର ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର...

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ...

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…

ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଓକ୍‌ଫ ବିଲ୍‌କୁ ବିଜେଡି ଏମ୍‌ପି...

କାର୍ଯ୍ୟାଦେଶ ମିଳିଲା, ଜାଗା ନାହିଁ, ଚିନ୍ତାରେ ହିତାଧିକାରୀ ପୂର୍ବରୁ ଅନେକ ଥର ପ୍ରଶାସନକୁ ଜଣାଇ ଜାଗା ଖଣ୍ଡେ ମିଳିନି ତାଙ୍କୁ

ଜି.ଉଦୟଗିରି,୬୪(ଚିନ୍ମୟ କୁମାର ସେଠୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଛି ଜଣେ ହିତାଧିକାରୀଙ୍କୁ। ମାତ୍ର ଘର ତିଆରି କରିବା ପାଇଁ ତାଙ୍କର...

ସରପଞ୍ଚଙ୍କୁ ବାଦ୍‌ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ

ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ...

Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ...

ଘରେ ବସିଥିବାବେଳେ ଭାଙ୍ଗିଲା ମଝି ଓରା, କାନ୍ଥ ଭୁଶୁଡ଼ି ଆଉ ଜଣଙ୍କ ଗୁହାଳ ଭାଙ୍ଗିଲା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ମଠସାହି ଗ୍ରାମରେ ରବିବାର ସକାଳୁ ଘରର ମଝି ଓରା ଭାଙ୍ଗି ଯିବାରୁ କାନ୍ଥ...

ଗାଡ଼ି ଧକ୍କାରେ ଆଖିବୁଜିଲେ ବାଇକ୍‌ ଆରୋହୀ

ଦେବଗଡ଼,୬ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image