ରାଜଭବନ ପାଲଟିଛି କରୋନା ହଟସ୍ପଟ୍‌: ୮୪ କର୍ମଚାରୀ ଆକ୍ରାନ୍ତ

ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଥିବା ୧୪୭ କର୍ମଚାରୀଙ୍କ ମଧ୍ୟରୁ ୮୪ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜଭବନର ସୁରକ୍ଷାକର୍ମୀ ଏବଂ ଦମକଳବାହିନୀ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଥିବାବେଳେ ଅନ୍ୟ ମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ ହୋଇଥିବା କର୍ମଚାରୀମାନେ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତଙ୍କ ସହିତ ମିଳିମିଶା କରି ନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟପାଳ ସୁରକ୍ଷିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜଭବନ ପରିସରକୁ ସାନିଟାଇଜ୍‌ କରାଯାଇଛି।

Share