Categories: ବାଣିଜ୍ୟ

ବିଓଏମ୍‌କୁ ରାଜଭାଷା ‘କୀର୍ତ୍ତି ପୁରସ୍କାର’

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) କୁ ନିକଟରେ ରାଜଭାଷା ‘କୀର୍ତ୍ତି ପୁରସ୍କାର’ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜଭାଷା ହିନ୍ଦୀର ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ବିଓଏମ୍‌କୁ ସର୍ବୋଚ୍ଚ ସମ୍ମାନ ‘ରାଜଭାଷା କୀର୍ତ୍ତି’ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଚଳିତ ବର୍ଷ ବିଓଏମ୍‌କୁ ଦୁଇଟି ଶ୍ରେଣୀ ଯଥା ‘ଶ୍ରେଷ୍ଠ ଗୃହ ପତ୍ରିକା’ ଏବଂ ‘ଶ୍ରେଷ୍ଠ ରାଜଭାଷା କାର୍ଯ୍ୟାନ୍ବୟନ’ ଅନ୍ତର୍ଗତ ଏହି ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହିନ୍ଦୀ ସମାରୋହ ଅବସରରେ ବିଓଏମ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କଠାରୁ ବିଓଏମ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌ ରାଜୀବ ଉପରୋକ୍ତ ପୁରସ୍କାର ଦ୍ୱୟ ଗ୍ରହଣ କରିଥିଲେ। ଏହି ଅବସରରେ ରାଜ୍ୟ ସଭାର ଉପ ସଭାପତି ହରିବଂଶ ନାରାୟଣ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଂଶୁଳି ଆର୍ଯ୍ୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଓଏମ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.ବି.ବିଜୟ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ, ସିଭିଓ ଅମିତ୍‌ ଶ୍ରୀବାସ୍ତବ,ମହାପ୍ରବନ୍ଧକ କେ.ରାଜେଶ କୁମାର (ମାନବ ସମ୍ବଳ ପରିଚାଳନା ଏବଂ ରାଜଭାଷା), ଉପ ମହାପ୍ରବନ୍ଧକ ରାଜେନ୍ଦ୍ର ଶ୍ରୀବାସ୍ତବ (ରାଜଭାଷା) ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Share